'ଯଦି ଭାରତ ଶତ୍ରୁ ତେବେ ଭାରତୀୟ ଚ୍ୟାନେଲକୁ ଯାଆନ୍ତୁ ନାହିଁ'
Advertisement

'ଯଦି ଭାରତ ଶତ୍ରୁ ତେବେ ଭାରତୀୟ ଚ୍ୟାନେଲକୁ ଯାଆନ୍ତୁ ନାହିଁ'

ପାକିସ୍ତାନୀ ୱେବସାଇଟ୍ ସହ ସାକ୍ଷାତକାର ସମୟରେ ଶାହିଦ ଆଫ୍ରିଦି ଏହି ଅଭିଯୋଗର ଜବାବ ଦେଇଛନ୍ତି । କାନେରିଆଙ୍କ ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ, ସେ ନିଜେ ସେହି ସମୟରେ ଇସଲାମକୁ ସମ୍ପୂର୍ଣ୍ଣ ଭାବରେ ବୁଝିବାକୁ ଚେଷ୍ଟା କରୁଥିଲେ । ଏବଂ ଯେଉଁ ବ୍ୟକ୍ତି ଏସବୁ କହୁଛନ୍ତି, ସେ ନିଜ ଚରିତ୍ରକୁ ଦେଖୁ । ଶାହିଦ ଆଫ୍ରିଦି କହିଛନ୍ତି ଯେ, "ସ୍ପଟ୍ ଫିକ୍ସିଂ ମାମଲାରେ ଦାନିଶ କାନେରିଆ ଦେଶକୁ ବଦନାମ କରିଛି ଓ ନିଜ କ୍ରିକେଟ୍ କ୍ୟାରିୟରକୁ ଶେଷ କରିଛନ୍ତି । ସେ ମୋ ଉପରେ ଶସ୍ତା ଲୋକପ୍ରିୟତା ଓ ଟଙ୍କା ରୋଜଗାର କରୁଥିବା ଅଭିଯୋଗ କରୁଛନ୍ତି ।" 

'ଯଦି ଭାରତ ଶତ୍ରୁ ତେବେ ଭାରତୀୟ ଚ୍ୟାନେଲକୁ ଯାଆନ୍ତୁ ନାହିଁ'

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି (Shahid Afridi) ଶୁକ୍ରବାର ପୂର୍ବତନ ସ୍ପିନର ଦାନିଶ କାନେରିଆ (Danish Kaneria) ଙ୍କ ଅଭିଯୋଗ ଉପରେ ମୁହଁ ଖୋଲିଛନ୍ତି । ନିକଟ ଅତୀତରେ ଭାରତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କାନେରିଆ କହିଥିଲେ ଯେ, ହିନ୍ଦୁ (Hindu) ହେବା କାରଣରୁ ଶାହିଦ ଆଫ୍ରିଦି ତାଙ୍କ ସହ ଦୁର୍ବ୍ୟବହାର କରିଛନ୍ତି । କେବଳ ଏତିକି ନୁହେଁ, ଶାହିଦ ଆଫ୍ରିଦି ମଧ୍ୟ ଇସଲାମ ଧର୍ମ (Islam) ଗ୍ରହଣ କରିବାକୁ ଚାପ ପକାଇଛନ୍ତି । ତେବେ ଆଫ୍ରିଦିଙ୍କ ମୁହଁ ଖୋଲିବା ପରେ ଦାନିଶ କାନେରିଆ ପାକିସ୍ତାନର ପୂର୍ବତନ ଅଧିନାୟକଙ୍କୁ ପାଲଟା ଆକ୍ରମଣ କରିଛନ୍ତି । 

ଦିନିଶ୍ କାନେରିଆ (Danish Kaneria) ଟ୍ୱିଟ୍ କରି ଶାହିଦ ଆଫ୍ରିଦି (Shahid Afridi) ଙ୍କୁ ଟ୍ୟାଗ୍ କରିଛନ୍ତି । ସେ ଲେଖିଛନ୍ତି ଯେ, "ଭାରତ ଆମର ଶତ୍ରୁ ନୁହେଁ । ଆମର ଶତ୍ରୁ ସେହିମାନେ ଯିଏ ଧର୍ମ ନାମରେ ଲୋକଙ୍କୁ ଉସୁକାଇଥାନ୍ତି । ଯଦି ଆପଣ ଭାରତକୁ ଆପଣଙ୍କର ଶତ୍ରୁ ବୋଲି ଭାବନ୍ତି ତେବେ କୌଣସି ଭାରତୀୟ ମିଡିଆ ଚ୍ୟାନେଲକୁ ଯାଆନ୍ତୁ ନାହିଁ ।" 

ସେ ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି ଯେ, "ଯେତେବେଳେ ମୁଁ ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲି, ସେତେବେଳେ ମୋତେ ଧମକ ଦିଆଯାଇଥିଲା ଯେ ମୋର କ୍ୟାରିୟର ଖରାପ କରିଦିଆଯିବ ।" ଏଠାରେ କହି ରଖୁଛୁ ଯେ, ପୂର୍ବତନ ଲେଗ୍ ସ୍ପିନର ଦାନିଶ କାନେରିଆ ସ୍ପର୍ଟ ଫିକ୍ସିଂ ମାମଲାରେ ସାମିଲ ହେବା କାରଣରୁ ପ୍ରତିବନ୍ଧକର ସାମ୍ନା କରୁଛନ୍ତି ।

ପାକିସ୍ତାନୀ ୱେବସାଇଟ୍ ସହ ସାକ୍ଷାତକାର ସମୟରେ ଶାହିଦ ଆଫ୍ରିଦି ଏହି ଅଭିଯୋଗର ଜବାବ ଦେଇଛନ୍ତି । କାନେରିଆଙ୍କ ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ, ସେ ନିଜେ ସେହି ସମୟରେ ଇସଲାମକୁ ସମ୍ପୂର୍ଣ୍ଣ ଭାବରେ ବୁଝିବାକୁ ଚେଷ୍ଟା କରୁଥିଲେ । ଏବଂ ଯେଉଁ ବ୍ୟକ୍ତି ଏସବୁ କହୁଛନ୍ତି, ସେ ନିଜ ଚରିତ୍ରକୁ ଦେଖୁ । ଶାହିଦ ଆଫ୍ରିଦି କହିଛନ୍ତି ଯେ, "ସ୍ପଟ୍ ଫିକ୍ସିଂ ମାମଲାରେ ଦାନିଶ କାନେରିଆ ଦେଶକୁ ବଦନାମ କରିଛି ଓ ନିଜ କ୍ରିକେଟ୍ କ୍ୟାରିୟରକୁ ଶେଷ କରିଛନ୍ତି । ସେ ମୋ ଉପରେ ଶସ୍ତା ଲୋକପ୍ରିୟତା ଓ ଟଙ୍କା ରୋଜଗାର କରୁଥିବା ଅଭିଯୋଗ କରୁଛନ୍ତି ।" 

ଏହା ବି ପଢ଼ନ୍ତୁ:-ତାଜମହଲର ବନ୍ଦ ପଡ଼ିଥିବା ୨୨ କୋଠରୀରର କାହାଣୀ: 'ରାଜା ଜୟ ସିଂଙ୍କ ଠାରୁ ୧୭ ଏକର ଜମି କିଣିଥିଲେ ଶାହାଜାହାନ'

ଏହା ବି ପଢ଼ନ୍ତୁ:-ଯଦି Google ରେ ସର୍ଚ୍ଚ କରିବେ ଏହି ୩ଟି ଜିନିଷ ତ ସିଧା ଯିବେ ଜେଲ!

ଏହା ବି ପଢ଼ନ୍ତୁ:-ରାସନ ନେବା ନିୟମରେ ହେବ ବଡ଼ ପରିବର୍ତ୍ତନ! ଜାଣି ନିଅନ୍ତୁ ନୂଆ ପ୍ରାବଧାନ ବିଷୟରେ...

 

ଏହାସହ ଆଫ୍ରିଦି ୧୫-୨୦ ବର୍ଷ ପରେ ଏଭଳି ଅଭିଯୋଗର ଉଠାଇବାକୁ ନେଇ ପ୍ରଶ୍ନ କରିଛନ୍ତି । ଆଫ୍ରିଦି କହିଛନ୍ତି ଯେ, ଦାନିଶ କାନେରିଆ ମୋର ସାନ ଭାଇ ପରି ଥିଲା । ମୁଁ ତାଙ୍କ ସହିତ ଅନେକ ବର୍ଷ ଧରି ଖେଳିଛି । ତାଙ୍କ ଚରିତ୍ର ବିଷୟରେ ସମସ୍ତେ ଜାଣନ୍ତି ।