ଆଉ ନାହାଁନ୍ତି 'ରାବଣ', ୮୨ ବର୍ଷ ବୟସରେ ପରଲୋକ
Advertisement

ଆଉ ନାହାଁନ୍ତି 'ରାବଣ', ୮୨ ବର୍ଷ ବୟସରେ ପରଲୋକ

କିଛି ମାସ ପୂର୍ବରୁ ମେ ମାସରେ ଅରବିନ୍ଦ ତ୍ରିବେଦୀଙ୍କ ମୃତ୍ୟୁକୁ ନେଇ ଏକ ଗୁଜବ ଉଠିଥିଲା । ସେତେବେଳେ ସୁନୀଲ ଲହରି ଏହି ରିପୋର୍ଟକୁ ଖଣ୍ଡନ କରିଥିଲେ।

ଆଉ ନାହାଁନ୍ତି 'ରାବଣ', ୮୨ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ: ପରଲୋକରେ 'ରାବଣ' । ଲୋକପ୍ରିୟ ସିରିଏଲ ରାମାୟଣ (Ramayan) ରେ ରାବଣ (Ravan) ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କର (Veteran actor Arvind Trivedi) ଦେହାନ୍ତ ହୋଇଛି । ୮୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଏନେଇ ସୁନିଲ ଲହରି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟରରେ ଅରବିନ୍ଦ ତ୍ରିବେଦୀଙ୍କର ଦୁଇଟି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ ଆମର ପ୍ରିୟ ଅରବିନ୍ଦ ଭାଇ (ରାମାୟଣର ରାବଣ ) ଆଉ ଆମ ଗହଣରେ ନାହାନ୍ତି । ଭଗବାନ ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ । 

ମୋ ପାଖରେ କୌଣସି ଶବ୍ଦ  ନାହିଁ । ଜଣେ ପିତା ସମାନ ବ୍ୟକ୍ତିତ୍ବଙ୍କୁ ହରାଇଛି । ସୂଚନାମୁତାବକ ଅରବିନ୍ଦ ତ୍ରିବେଦୀ ଦିର୍ଘ ଦିନ ଧରି  ଅସୁସ୍ଥ ଥିଲେ ଏବଂ ଗତକାଲି ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା।  ଏନେଇ ତାଙ୍କର ପୁତୁରା କୌସ୍ତୁଭ ତ୍ରିବେଦୀ ସୂଚନା ଦେଇଛନ୍ତି । ଅରବିନ୍ଦଙ୍କ ମୃତ୍ୟୁରେ ଅନେକ ବିଶିଷ୍ଠ ତାରକା ଶୋକ ପ୍ରକାଶ କରିଛନ୍ତି । ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ରାମ ବା ଅଭିନେତା ଅରୁଣ ଗୋବିଲ ଟ୍ବିଟ କରି କହିଛନ୍ତି ଯେ ଜଣେ ସାଂସାରିକ ଭାବରେ ଅତି ସରଳ , ଧାର୍ମିକ ସ୍ବଭାବର ବ୍ୟକ୍ତି ଏବଂ ମୋକ ଅତିପ୍ରିୟ ବନ୍ଧୁଙ୍କୁ ଆଜି ହରାଇଛୁ । ସେ ଭଗବାନ ଶ୍ରୀରାମଙ୍କ ସାନିଧ୍ୟ ପାଆନ୍ତୁ।

କିଛି ମାସ ପୂର୍ବରୁ ମେ ମାସରେ ଅରବିନ୍ଦ ତ୍ରିବେଦୀଙ୍କ ମୃତ୍ୟୁକୁ ନେଇ ଏକ ଗୁଜବ ଉଠିଥିଲା । ସେତେବେଳେ ସୁନୀଲ ଲହରି ଏହି ରିପୋର୍ଟକୁ ଖଣ୍ଡନ କରିଥିଲେ। ସୁନୀଲ ଏହି ପୋଷ୍ଟକୁ ସେୟାର କରି କହିଥିଲେ କି 'ଆଜିକାଲି କରୋନା କାରଣରୁ ଖରାପ ଖବର ଶୁଣିବାକୁ ମିଳୁଛି, ଅରବିନ୍ଦ ତ୍ରିବେଦୀଙ୍କ ମୃତ୍ୟୁକୁ ନେଇ ପୋଷ୍ଟ ହୋଇଥିବା ଖବର ମିଥ୍ୟା। ଯେଉଁମାନେ ମିଥ୍ୟା ଗୁଜବ ପ୍ରଚାର କରୁଛନ୍ତି ମୁଁ ସେମାନଙ୍କୁ ପ୍ରାର୍ଥନା କରୁଛି, ଦୟାକରି ଏହିପରି ଖବର ପ୍ରସାରଣ କରନ୍ତୁ ନାହିଁ। ଭଗବାନଙ୍କ ଦୟାରୁ  ଅରବିନ୍ଦ ଜୀ ଭଲ ଅଛନ୍ତି ଏବଂ ମୁଁ ପ୍ରାର୍ଥନା କରୁଛି ଯେ ଭଗବାନ ତାଙ୍କୁ ସୁସ୍ଥ ରଖନ୍ତୁ।

ଅରବିନ୍ଦ ତ୍ରିବେଦୀ ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଜନ୍ମଗ୍ରହଣ କରିଥିଲେ। ସେ ଗୁଜୁରାଟୀ ଥିଏଟରରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ବହୁ ବର୍ଷ ଧରି ଗୁଜରାଟୀ ସିନେମାରେ ନିଜର ଅଭିନୟର ଜଲଓ୍ୱା ଦେଖାଇଥିଲେ। ଗୁଜରାଟୀ ଦର୍ଶକଙ୍କ ମଧ୍ୟରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସଷ୍ଟି କରିଥିଲେ ଏବଂ ନିଜର ସାନଦାର ଅଭିନୟ ପାଇଁ  ତାଙ୍କୁ ସମ୍ମାନିତ ବି କରାଯାଇଥିଲା ।ଅରବିନ୍ଦ ତ୍ରିବେଦୀ ଅତି କମରେ ୩୦୦ ହିନ୍ଦୀ ଏବଂ ଗୁଜୁରାଟୀ ଚଳଚ୍ଚିତ୍ରରେ କାମ କରିଛନ୍ତି। ଅଭିନୟ ବ୍ୟତୀତ ଅରବିନ୍ଦ ତ୍ରିବେଦୀ ମଧ୍ୟ ରାଜନୀତି କ୍ଷେତ୍ରରେ ମଧ୍ୟ ନିଜର ପାରଦର୍ଶିତା ଦେଖାଇଛନ୍ତି ।

ଅଧିକ ପଢ଼ନ୍ତୁ:-ପ୍ରତ୍ୟେକ ଭାରତୀୟଙ୍କ ସୁଖ ଦୁଃଖର ସାଥୀ 'Zee TV', ଜାଣନ୍ତୁ ଏହାର ସ୍ୱର୍ଣ୍ଣିମ ଇତିହାସ

ଅଧିକ ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ବଡ଼ ଝଟକା; ପୁଣି ବଢ଼ିଲା LPG ସିଲିଣ୍ଡର ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ମହାମେଣ୍ଟରେ ଫାଟ! ଉପନିର୍ବାଚନରେ RJD ବିରୋଧରେ ପ୍ରାର୍ଥୀ ଓହ୍ଲାଇବ ​​କଂଗ୍ରେସ

ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା ତୈଳ ଦର, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ପେଟ୍ରୋଲ-ଡିଜେଲର ନୂଆ ରେଟ୍