କଙ୍ଗନାଙ୍କ ସମର୍ଥନରେ ଆସିଲେ ଏହି ଭେଟେରାନ୍ ଅଭିନେତା, ଜାଣନ୍ତୁ ବର୍ତ୍ତମାନ କ'ଣ କହିଲେ ସେ
Advertisement

କଙ୍ଗନାଙ୍କ ସମର୍ଥନରେ ଆସିଲେ ଏହି ଭେଟେରାନ୍ ଅଭିନେତା, ଜାଣନ୍ତୁ ବର୍ତ୍ତମାନ କ'ଣ କହିଲେ ସେ

ଭେଟେରାନ ମରାଠୀ ଅଭିନେତା ବିକ୍ରମ ଗୋଖଲେ  (Vikram Gokhale) ରବିବାର ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut) ଙ୍କ ବିବାଦୀୟ ମନ୍ତବ୍ୟକୁ ସମର୍ଥନ କରିଛନ୍ତି । 

କଙ୍ଗନାଙ୍କ ସମର୍ଥନରେ ଆସିଲେ ଏହି ଭେଟେରାନ୍ ଅଭିନେତା, ଜାଣନ୍ତୁ ବର୍ତ୍ତମାନ କ'ଣ କହିଲେ ସେ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut) ଯେବେଠାରୁ 'ଭିକରେ ମିଳିଛି ସ୍ୱାଧୀନତା' ମନ୍ତବ୍ୟ ଦେଇଛନ୍ତି ସେବେଠାରୁ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଅଭିନେତ୍ରୀଙ୍କ ଏହି ବୟାନକୁ ନେଇ ବିରୋଧ ଜାରି ରହିଥିବାବେଳେ ଏହି ସମୟରେ ଜଣେ ଭେଟେରାନ ଅଭିନେତା କଙ୍ଗନାଙ୍କୁ ସମର୍ଥନ କରିଛନ୍ତି ଓ ତାଙ୍କ ସମର୍ଥରେ ନିଜ  ମତ ରଖିଛନ୍ତି।

fallback

କଙ୍ଗନାଙ୍କୁ ଦେଲେ ସମର୍ଥନ 

ଭେଟେରାନ ମରାଠୀ ଅଭିନେତା ବିକ୍ରମ ଗୋଖଲେ  (Vikram Gokhale) ରବିବାର ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut) ଙ୍କ ବିବାଦୀୟ ମନ୍ତବ୍ୟକୁ ସମର୍ଥନ କରିଛନ୍ତି । ମହାରାଷ୍ଟ୍ରର ପୁଣେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଖଲେ କହିଛନ୍ତି ଯେ ରାନାୱତ ଯାହା କହିଛନ୍ତି ତାହା ସତ୍ୟ । ବିକ୍ରମ ଗୋଖଲେ କହିଛନ୍ତି, "ମୁଁ ରାନାୱତଙ୍କ ବୟାନରେ ସହମତ । ଆମକୁ (ବ୍ରିଟିଶ ଶାସନରେ) ସ୍ୱାଧୀନତା ଦିଆଯାଇଥିଲା । ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ଫାଶୀ ଦିଆଯାଇଥିଲା ଓ ସେତେବେଳେ ବଡ଼ ଲୋକମାନେ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ନଥିଲେ । ସେମାନେ କେବଳ ମୂକ ଦର୍ଶକ ରହିଲେ । ଏହି ମୂକ ଦର୍ଶକଙ୍କ ମଧ୍ୟରେ ଅନେକ ବରିଷ୍ଠ ନେତା ଥିଲେ । ବ୍ରିଟିଶମାନଙ୍କ ବିରୁଦ୍ଧରେ ଲଢୁଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସେମାନେ ରକ୍ଷା କରିନଥିଲେ ।

ଅମରାବତୀ ଦଙ୍ଗା ବିଷୟରେ ମଧ୍ୟ କହିଛନ୍ତି

ଗୋଖଲେ (Vikram Gokhale) ମରାଠୀ ଥିଏଟର, ବଲିଉଡ ଏବଂ ଟିଭିରେ ଅଭିନୟ ପାଇଁ ଜଣାଶୁଣା । ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (BJP) ସମେତ ପ୍ରତ୍ୟେକ ରାଜନୈତିକ ଦଳ ବିବାଦରେ ନିଜର ସୁବିଧା ଦେଖନ୍ତି । ତ୍ରିପୁରାରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ଓ ଏହା ବିରୋଧରେ ଅମରାବତୀ ତଥା ଅନ୍ୟାନ୍ୟ ସହରରେ ହୋଇଥିବା ଉତ୍ତେଜନା ଉପରେ ଏକ ପ୍ରଶ୍ନର ଉତ୍ତରରେ ଗୋଖଲେ କହିଛନ୍ତି ଯେ ଭୋଟ୍ ବ୍ୟାଙ୍କ ରାଜନୀତିର ପରିମାଣ ସ୍ୱରୂପ ହେଉଛି ସାମ୍ପ୍ରଦାୟିକ ଦଙ୍ଗା । ସେ କହିଛନ୍ତି ଯେ ପ୍ରତ୍ୟେକ ରାଜନୈତିକ ଦଳ ତାହା ( ଭୋଟ ବ୍ୟାଙ୍କ ରାଜନୀତି) କରନ୍ତି । ମହାରାଷ୍ଟ୍ରର ରାଜନୈତିକ ଦୃଷ୍ଟିକୋଣରୁ ଗୋଖଲେ କହିଛନ୍ତି ଯେ ପୂର୍ବତନ ସହଯୋଗୀ- ଶିବସେନା ଓ ବିଜେପି ପୁଣିଥରେ ଦେଶର ଉନ୍ନତି ପାଇଁ ଏକାଠି ହେବା ଉଚିତ୍ ।

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର